September 20, 2024

ଓଡିଶା 30

ସବୁ ଜିଲ୍ଲା ଆମ ନଜର

ବିଜେଡି ଓ ବିଜେପି ମେଣ୍ଟ ନେଇ ଦିଲ୍ଲୀ ଦେଲା ସଙ୍କେତ: ଖୁବ୍ ଶୀଘ୍ର ହେବ ଘୋଷଣା !

1 min read

ଭୁବନେଶ୍ବର:୦୭/୦୩(ବ୍ୟୁରୋ)- ମେଣ୍ଟ ନେଇ ଦିଲ୍ଲୀ ଦେଲା ସଂକେତ । ଦିଲ୍ଲୀ ନଛାଡିବା ପାଇଁ ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ, ଖୁବଶୀଘ୍ର ହୋଇପାରେ ବଡ ଘୋଷଣା । ମେଣ୍ଟ ନେଇ ଦିଲ୍ଲୀ ଦେଲା ସଂକେତ । ବିଜୟ ପାଲ ସିଂହ ତୋମାରଙ୍କ ନେତୃତ୍ୱରେ ତାଙ୍କ ଘରେ ଚାଲିଥିବା ବୈଠକ ଶେଷ ହୋଇଛି । ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ନଛାଡିବା ପାଇଁ ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି । କୌଣସି ବି ମୁହୁର୍ତରେ ବଡ ଘୋଷଣା ହୋଇପାରେ ।

ସୂଚନା ଅନୁସାରେ, ଦୁଇ ଦଳ ମଧ୍ୟରେ ହେବାକୁ ଯାଉଥିବା ମେଣ୍ଟର ରୂପରେଖ କଣ ରହିବ, ସେଥିପାଇଁ ବୈଠକରେ ଆଲୋଚନା ଚାଲିଛି । ବିଜେଡି ବିଜେପି ମେଣ୍ଟ ନେଇ ଧିରେ ଧିରେ ସ୍ପଷ୍ଟ ହେଉଛି ଚିତ୍ର । ଏଥିସହ ଗତ ନିର୍ବାଚନର ପରିସଂଖ୍ୟନକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ମେଣ୍ଟକୁ ନେଇ ଦୁଇ ଦଳ ମଧ୍ୟରେ ଚାଲିଥିବା ଆଲୋଚନା ଅଗ୍ରଗତି କରିଥିବା ସୂଚନା ଦେଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।

ସେପଟେ ମେଣ୍ଟକୁ ନେଇ ବିଜେଡି ଉପ-ସଭାପତି ଦେବୀ ମିଶ୍ର କହିଛନ୍ତି, ସବୁ ଆସପେକ୍ଟକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ୨୦୩୬ ମସିହାର ଆଭିମୁଖ୍ୟକୁ ଆଖି ଆଗରେ ରଖି ବିଜେଡି ତାର ନିଷ୍ପତି ନେବ ।

Leave a Reply

Your email address will not be published. Required fields are marked *