ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରକାଶିତ ତାଲିକାକୁ ନେଇ ବୌଦ୍ଧ ଜିଲ୍ଲା ବିଜେପି ଖପ୍ପା : ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
1 min readବୌଦ୍ଧ- ଆଗକୁ ରହିଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ । ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ଭିତିରିଆ ଅଙ୍କକଷା ଆରମ୍ଭ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ଚିଠା ସଂରକ୍ଷଣ ତାଲିକା ।
ବୌଦ୍ଧ ଜିଲ୍ଲା ପାଇଁ ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ସରପଂଚ,ସମିତିସଭ୍ୟ,ପଂଚାୟତ ସମିତି ଅଧକ୍ଷ,ଜିଲ୍ଲା ପରିଷଦ ସଭ୍ୟ ଏବଂ ଜିଲ୍ଲା ପରିଷଦ ଅଧକ୍ଷ ପଦବୀ ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ରାଜ୍ୟ ସରକାର ପଛୁଆବର୍ଗ ଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ନେଇ ଘୋଷଣା କରିଥିବାବେଳେ ବୌଦ୍ଧ ଜିଲ୍ଲାରେ ତାହା ଅଣଦେଖା କରାଯାଇଛି ବୋଲି ଜିଲ୍ଲା ବିଜେପି ଅଭିଯୋଗ କରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବା ସହିତ ଏକ ୮ ଦଫା ସମ୍ବଳିତ ସ୍ନାରକପତ୍ର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କୁ ପ୍ରଦାନ କରିଛନ୍ତି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସଂରକ୍ଷଣ ନିୟମନୁଯାୟୀ ପୁନଃ ବିଚାର କରି ସଂରକ୍ଷଣ ଚିଠା ପ୍ରକାଶ କରିବା ପାଇଁ ଜିଲ୍ଲା ବିଜେପି ଦାବି କରିଛି । ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମାହାନ୍ତି ଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିବା ନେଇ ଜିଲ୍ଲା ବିଜେପି ସଭାପତି ସୁଚନା ଦେଇଛନ୍ତି ।