September 20, 2024

ଓଡିଶା 30

ସବୁ ଜିଲ୍ଲା ଆମ ନଜର

ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ବ୍ୟୟବରାଦ-ପ୍ରେସମିଟରେ ସୁଚନାଦେଲେ ଜିଲ୍ଲାର ଦୁଇ ବିଧାୟକ

1 min read

ବୌଦ୍ଧ- ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ କିଡିନି ପ୍ରପିଡିତ ଅଚଂଳ । ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଅନେକ ଲୋକ କିଡିନି ଭଳି ନାନାଦି ରୋଗର ଶିକାର ହେଉଥିବା ନେଇ ପୁର୍ବରୁ ଅଭିଯୋଗ ହୋଇ ଆସୁଥିଲା । ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ହରଭଙ୍ଗା ବ୍ଲକବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ନିମନ୍ତେ ମେଗା ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି ।

Photo- Boudh BJD Pressmeet

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ହରଭଙ୍ଗା ବ୍ଲକ ର ୨୨ ଗୋଟି ଗ୍ରାମପଂଚାୟତ ୩୩୮ ଖଣ୍ଡ ଗ୍ରାମର ୧ ଲକ୍ଷ ୫୦ ହଜାର ଜନସାଧାରଣ ଉପକୃତ ହୋଇପାରିବେ । କେବଳ ବୌଦ୍ଧ ଜିଲ୍ଲାର ହରଭଙ୍ଗ ବ୍ଲକ ନୁହଁ ପଡୋଶୀ କନ୍ଧମାଳ ଜିଲ୍ଲାର ୬ ଟି ବ୍ଲକ ବାସୀ ମଧ୍ୟ ପାନୀୟଜଳ ପାଇପାରିବେ । ଏହାକୁ ଆଖି ଆଗରେ ରାଖୀ ରାଜ୍ୟ ସରକାର ହରଭଙ୍ଗା ବ୍ଲକ ର ପାଣିଘେରା ଠାରେ ମହାନଦୀରେ ଏକ ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ନିମନ୍ତେ ୬୫୭ କୋଟି ୫୭ ଲକ୍ଷ ୪ ହଜାର ଟଙ୍କା ବ୍ୟୟବରାଦ କରିଛନ୍ତି ।

ଏନେଇ ବୌଦ୍ଧ ଜିଲ୍ଲା ସଦର ମହକୁମା ସ୍ଥିତ ଜଳସେଚନ ବିଭାଗର ଡାକ ବଙ୍ଗଳାରେ ଜିଲ୍ଲା ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେବା ସହିତ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଛନ୍ତିି ବୌଦ୍ଧ ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ କୁମାର ଅମାତ ଏବଂ କଂଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ମହିଧର ରଣା । ଏହି ପ୍ରକଳ୍ପ ଆସନ୍ତା ୨୪ ମାସ ମଧ୍ୟରେ ସମ୍ପୁର୍ଣ୍ଣ ହେବା ନେଇ ଲକ୍ଷ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସ୍ତରୀୟ ବିଜୁ ଜନତା ଦଳର ବରିଷ୍ଠ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *