September 20, 2024

ଓଡିଶା 30

ସବୁ ଜିଲ୍ଲା ଆମ ନଜର

କମିଲା ବିଜୁଳି ଦର, ୧୦ ପଇସାରୁ ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କଲେ ସରକାର

1 min read

ଭୁବନେଶ୍ବର:୧୪/୦୨(ବ୍ୟୁରୋ)- ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କଲେ ଓଇଆର୍‌ସି । ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ କରାଗଲା । ଘରୋଇ ବ୍ୟତୀତ ଅନ୍ୟ ସମସ୍ତ କାଟେଗୋରୀରେ ଦର ଅପରିବର୍ତ୍ତିତ ରହିଛି । ବିପିଏଲ୍‌ ଉପଭୋକ୍ତାଙ୍କ ପାଇଁ ମାସିକ ଦେୟ ୮୦ରୁ ୭୦ ଟଙ୍କାକୁ ହ୍ରାସ କରିଛନ୍ତି ରାଜ୍ୟ ସରକାର । କାଗଜ ଛାଡ଼ି ଯେଉଁ ଉପଭୋକ୍ତା ଇ-ବିଲ୍‌ ନେବେ, ସେମାନଙ୍କ ପାଇଁ ୧୦ ଟଙ୍କା ରିହାତି ଘୋଷଣା କରାଯାଇଛି । ସେହିପରି ଇଭି ଚାର୍ଜିଂ ପାଇଁ ୟୁନିଟ୍‌ ପିଛା ଦର ୫ ଟଙ୍କା ୫୦ରୁ ୫ ଟଙ୍କାକୁ ହ୍ରାସ କରାଯାଇଛି । ପ୍ରି-ପେଡ୍‌ ମିଟର ଥିବା ଉପଭୋକ୍ତାଙ୍କୁ ୪% ରିହାତି ମିଳିବ ବୋଲି ଘୋଷଣା ।

ସେହିପରି ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା ଦର ୧ ଟଙ୍କା ୬୦ ପଇସା ହ୍ରାସ । ଅନ୍ୟପଟେ ଧାର୍ଯ୍ୟ ସମୟରେ ବିଲ୍‌ ଦେଲେ ଘରୋଇ ଉପଭୋକ୍ତାଙ୍କୁ ୧୦ ପଇସା ରିହାତି ବୋଲି ଘୋଷଣା କରିଛନ୍ତି ଓଇଆର୍‌ସି । ସେହିପରି ଆଜି ପିଏମ୍‌ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ମଧ୍ୟ ଘୋଷଣା କରିଛନ୍ତି । ଏହି ଯୋଜନାରେ ମାଗଣାରେ ମିଳିବ ବିଜୁଳି । ‘ପିଏମ୍‌ ସୂର୍ଯ୍ୟଘର’ ମାଗଣା ବିଜୁଳି ଯୋଜନା ହେଉଛି ଛାତ ଉପରେ ବସାଇବାକୁ ଥିବା ସୋଲାର ସ୍କିମ୍‌ । ଏଥିରୁ ପାଖାପାଖି ୧ ଲକ୍ଷ ଘର ମାଗଣା ବିଜୁଳିର ଲାଭ ଉଠାଇ ପାରିବେ । ଏହି ଯୋଜନାରେ ପାଖାପାଖି ୭୫,୦୦୦ କୋଟି ଟଙ୍କା ନିବେଶ କରାଯିବ । ପ୍ରାୟ ୧ ଲକ୍ଷ ପରିବାର ମାସିକ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇ ପାରିବେ । ଏହି ଯୋଜନା ମାଧ୍ୟମରେ ଲୋକମାନେ ସେମାନଙ୍କର ଆୟ ବୃଦ୍ଧିରେ ସହାୟତା ପାଇବେ, ବିଦ୍ୟୁତ୍ ବିଲ୍ ହ୍ରାସ ହେବ ଓ ନୂଆ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave a Reply

Your email address will not be published. Required fields are marked *